ବନ୍ଦ ହେଲା ହୀରାକୁଦର ୧୦ଟି ଗେଟ୍

ଭୁବନେଶ୍ୱର,୮/୮: ରାଜ୍ୟରେ ଏବେ ବର୍ଷାର ପରିମାଣ କମିଛି । ଏହାସହ ଉପରମୁଣ୍ଡରେ ମଧ୍ୟ ବର୍ଷାର ପରିମାଣ କମିଛି। ତେଣୁ ବନ୍ଦ ହେଲା ହୀରାକୁଦର ୧୦ଟି ଗେଟ୍ । ପର୍ଯ୍ୟାୟକ୍ରମେ ବନ୍ଦ ହେଲା ୧୦ଟି ଗେଟ୍ । ବନ୍ୟା ଜଳ ପ୍ରବେଶ କମିବାରୁ ଗେଟ୍ ବନ୍ଦ ହୋଇଛି । ଏବେ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ପୂର୍ବରୁ ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା ।