ଆସନ୍ତା ୨୩ରେ ହୀରାକୁଦ ନଦୀବନ୍ଧରୁ ଛଡାଯିବ ବନ୍ୟାଜଳ

ଭୁବନେଶ୍ୱର,୨୦/୦୭: ଆସନ୍ତା ୨୩ରେ ହୀରାକୁଦ ନଦୀବନ୍ଧରୁ ଛଡାଯିବ ବନ୍ୟାଜଳ । ସକାଳ ୯ଟା ସମୟରେ ବନ୍ୟାଜଳ ନିଷ୍କାସନ କରାଯିବ । ଫଳରେ ମହାନଦୀ ଓ ଏହାର ଶାଖାନଦୀରେ ବୃଦ୍ଧି ପାଇବ ଜଳସ୍ତର ।ଏଥିପାଇଁ ସର୍ବସାଧାରଣଙ୍କ ପାଇଁ ସତର୍କସୂଚନା ଜାରି ହୋଇଛି। ଏହି ସମୟରେ ଯେପରି କୌଣସି ଦୁର୍ଘଟଣା ନଘଟେ ସେଥିପାଇଁ ନଦୀରେ ପ୍ରବେଶ ନକରିବାକୁ ସତର୍କ କରିଛି ପ୍ରଶାସନ ।