ଏପ୍ରିଲ ୩ରେ ହିନ୍ଦୋଳ ଓ ଅତାବିରା ଏନ୍‌ଏସିରେ ‌ଭୋଟ୍‌ ଗ୍ରହଣ

ଭୁବନେଶ୍ବର: ଆସନ୍ତା ଏପ୍ରିଲ ୩ ତାରିଖରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଓ ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ। ଏପ୍ରିଲ ୫ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ସେହିଭଳି ଏପ୍ରିଲ ୧୯ ତାରିଖରେ ଏନ୍‌ଏସି ଅଧ୍ୟକ୍ଷ ନିର୍ବାଚନ ହେବ। ଆଜିଠାରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ବିଜ୍ଞାପିତ ଅଞ୍ଚଳରେ ଆଦର୍ଶ ଆଚରଣ ବିଧି ବଳବତ୍ତର ଲାଗୁ ହୋଇଛି।
ଉଭୟ ହିନ୍ଦୋଳ ଓ ଅତାବିରା ଏନଏସିରେ ମୋଟ ୨୮ଟି ୱାର୍ଡର ୩୨ ବୁଥ ଅଛି। ଏଥିରେ ୨୩ ହଜାର ୩୯୭ ଭୋଟର ରହିଛନ୍ତି।