ହିମନ୍ତ ବିଶ୍ବଶର୍ମା ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ

ଆସାମ,୯/୫: ହିମନ୍ତ ବିଶ୍ବଶର୍ମା ଆସାମର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି। ହିମନ୍ତ ଆସାମ ବିଜେପି ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି । ଏହାସହ ଅପରାହ୍ନ ୪ଟାରେ ହିମନ୍ତ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଆସାମରେ ସରକାର ଗଠନ ନେଇ NDAର ବୈଠକ ଜାରି ରହିଛିି। ସୂଚନା ଯୋଗ୍ୟ ଯେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସର୍ବାନନ୍ଦ ସୋନୱାଲ।