ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବ ଶର୍ମା

ନୂଆଦିଲ୍ଲୀ, ୧୦/୫: ଆଜି ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହିମନ୍ତ ବିଶ୍ବ ଶର୍ମା । ହିମନ୍ତ ହେଲେ ଆସାମର ପଞ୍ଚଦଶ ଓ ବିଜେପିର ଦ୍ବିତୀୟ ମୁଖ୍ୟମନ୍ତ୍ରୀ। ତାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଜଗଦୀଶ ମୁଖୀ । ଏହି ସମାରୋହରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଉପସ୍ଥିତ  ରହିଛନ୍ତି। ସୂଚନା ଯୋଗ୍ୟ ଯେ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସର୍ବାନନ୍ଦ ସୋନୱାଲ।