ବିଜେପିରୁ ବହିଷ୍କୃତ ହେଲେ ହିମାଂଶୁ ଶେଖର ସାହୁ

ଭୁବନେଶ୍ୱର,୨୯/୦୫: ବିଜେପିରୁ ବହିଷ୍କୃତ ହେଲେ ହିମାଂଶୁ ଶେଖର ସାହୁ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ସୂଚନା ରହିଛି । ସୂଚନା ମୁତାବକ, ହିମାଂଶୁ ନିର୍ବାଚନ ପୂର୍ବରୁ ଧର୍ମଶାଳାରେ ନିଜର ସଙ୍ଗଠନ ପ୍ରସ୍ତୁତ କରିଥିଲେ ବି ବିଜେପି ତାଙ୍କୁ ଅଣଦେଖା କରିଥିଲା । ବିଜେପି ଧର୍ମଶାଳାରେ ତାଙ୍କ ବଦଳରେ ସ୍ମୃତିରେଖା ପହିଙ୍କୁ ଟିକେଟ୍ ଦେଇଥିଲା । ଏହାପରେ ହିମାଂଶୁଙ୍କ ସମର୍ଥକମାନେ ଯାଇ ବିଜେପି କାର୍ଯ୍ୟାଳୟ ବାହାରେ ହଙ୍ଗାମା କରିଥିଲେ ଏବଂ ହିମାଂଶୁଙ୍କୁ ଟିିକେଟ ଦେବାକୁ ଅଡି ବସିଥିଲେ । ଏହାପରେ ସେ ସ୍ୱାଧୀନ ଭାବେ ନାମାଙ୍କନ ଭରି ନିର୍ବାଚନକୁ ଓହ୍ଲାଇଛନ୍ତି ।