ହିମାଚଳ ପ୍ରଦେଶର ସୋଲାନରେ ପ୍ରବଳ ବର୍ଷା, ୭ମୃତ

ନୂଆଦିଲ୍ଲୀ,୧୪/୦୮: ଅତି ପ୍ରବଳ ଆକସ୍ମିକ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶର ସୋଲାନ୍‌ ଅନ୍ତର୍ଗତ ଜାଦୋଁ ଗାଁରେ ୭ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହାସହ  ୩ଜଣ ନିଖୋଜ ହୋଇଯାଇଥିବା ସୂଚନା ରହିଛି।  ଅନ୍ୟ ୫ଜଣଙ୍କୁ ଉଦ୍ଧାର କରାଯାଇଛି । ଭୀଷଣ ବର୍ଷାରେ ଜାଦୋଁ ଗାଁରେ ୨ଟି ଘର ଓ ଗୋଟିଏ ଗୁହାଳ ଭାସି ଯାଇଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ଧରି ହିମାଚଳ ପ୍ରଦେଶରେ ଅନର୍ଗଳ ବର୍ଷା ହେଉଥିବାରୁ ପର୍ବତସ୍ଖଳନ ଘଟି ଶିମ୍‌ଲା-ଚଣ୍ଡୀଗଡ଼ ସଡ଼କ ସମେତ ଅନେକ ସଡ଼କ ପଥ ଅବରୋଧ ହୋଇଯାଇଛି।