ନଭେମ୍ବର ୧୨ରେ ହେବ ହିମାଚଳ ପ୍ରଦେଶରେ ଭୋଟ୍ ଗ୍ରହଣ

ଭୁବନେଶ୍ୱର,୧୪/୧୦: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ନଭେମ୍ବର ୧୨ରେ ହିମାଚଳ ପ୍ରଦେଶରେ ଭୋଟ୍ ଗ୍ରହଣ ହେବ। ସେହିପରିି ଡିସେମ୍ବର ୮ରେ  ଭୋଟ ଗଣତି ହେବ। ଅକ୍ଟୋବର ୧୭ରୁ ୨୫ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଅକ୍ଟୋବର ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ ନେଇ ତାରିଖ ଘୋଷଣା ହୋଇଥିବା ବେଳେ ୨୯ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରିବା ନେଇ ତାରିଖ ଘୋଷଣା କରାଯାଇଛି ।ଏହାପରେ ଗୁଜୁରାଟର ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହେବା ନେଇ ସୂଚନା ରହିଛି।