ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଖୋଲିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର, ୧୯/୧୧: ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଖୋଲିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ପଦକ୍ଷେପ ନିଆଯିବ। କ୍ୟାମ୍ପସ ଖୋଲିବାରେ ସାମାନ୍ୟ ବିଳମ୍ବ ହୋଇପାରେ ଓ ରିସର୍ଚ୍ଚ ସ୍କଲାରଙ୍କ ପାଇଁ ଖୋଲିବା ନେଇ ଗାଇଡ୍‌ଲାଇନ୍‌ ଅନୁସାରେ ବ୍ୟବସ୍ଥା ହେବ ବୋଲି ଅରୁଣ ସାହୁ କହିଛନ୍ତି।