ୟୁଜି/ପିଜି ପରୀକ୍ଷା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୨୫/୬: ରାଜ୍ୟରେ କରୋନା ଯୋଗୁ ପ୍ରାୟ ସମସ୍ତ ପରୀକ୍ଷା ବାତିଲ କରାଯାଇଥିଲା। ଏହାରିମଧ୍ୟରେ ୟୁଜି/ପିଜି ପରୀକ୍ଷା ନେଇ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଲୋଚନା କରିିିଥିଲେ।ଏହି ମିଟିଂ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ  ସୂଚନା ଦେଇ କହିଛନ୍ତି ଯେ  ପିଲାମାନେ କିଭଳି ପରୀକ୍ଷା ଦେବେ ସେ ଦାୟିତ୍ୱ ଶିକ୍ଷକଙ୍କୁ ନ୍ୟସ୍ତ କରାଯାଇଛି। ପିଲାମାନଙ୍କ ମେଣ୍ଟର ଦାୟିତ୍ୱ ଶିକ୍ଷକମାନଙ୍କୁ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।