ଉଚ୍ଚଶିକ୍ଷା କ୍ଷେତ୍ରରେ ଚଳିତ ଶିକ୍ଷା ବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷାନୀତି ୨୦୨୦, ଜାଣନ୍ତୁ କଣ ହେଲା ପରିବର୍ତ୍ତନ…..

ଭୁବନେଶ୍ୱର, ୧୦/୧୧: ଉଚ୍ଚଶିକ୍ଷା କ୍ଷେତ୍ରରେ ଚଳିତ ଶିକ୍ଷା ବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷାନୀତି ୨୦୨୦ । ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟରେ ଲାଗୁ ହେବାକୁ ଅନୁମୋଦନ ହୋଇଛି । ଯାହା ଉଚ୍ଚଶିକ୍ଷା ପ୍ରଣାଳୀରେ ଅନେକ ପରିବତ୍ତର୍ନ ଆଣିବ ।

୩ ବର୍ଷ ବଦଳରେ ୪ ବର୍ଷର ସ୍ନାତକ ପାଠପଢ଼ା, ପ୍ରତ୍ୟେକ ବର୍ଷରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ, ଦକ୍ଷତାବିକାଶ ଓ ଇଣ୍ଟର୍ଣ୍ଣସିପ ପାଇଁ ସୁଯୋଗ ଓ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି, ଏନ.ସି.ସି, ଏନ.ଏସ.ଏସ, ଆଦି ପାଇଁ କ୍ରେଡ଼ିଟ ଦିଆଯିବ। ସେହିପରି ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ବିଷୟ ଚୟନ କରିପାରିବେ, ଏକାଧିକଥର ଉଚ୍ଚଶିକ୍ଷାନୁଷ୍ଠାନରେ ପ୍ରବେଶ ପ୍ରସ୍ଥାନ କରିପାରିବେ ଓ  ଏହା ସହ ୭ ବର୍ଷ ଭିତରେ ନିଜର ପାଠ୍ୟକ୍ରମ ଶେଷ କରିପାରିବେ।