ମୂର୍ତ୍ତି ଉଚ୍ଚତାକୁ ନେଇ କଟକଣା ନାହିଁ କହିଲେ ହାଇକୋର୍ଟ

କଟକ, ୧୯ା୧୦: ରାଜ୍ୟରେ କରୋନା ସଂକ୍ରମଣ ସି୍ଥତିକୁ ଦୃଷ୍ଟିରେ ରଖି ଆଗକୁ ଥିବା ଦୁର୍ଗାପୂଜାରେ କେତେକ ସର୍ତ୍ତ ଲାଗୁ କରାଯାଇଥିଲା ଓ କଟକଣା ଭିତରେ ଦୁର୍ଗାପୂଜା କରିବାକୁ କୁହାଯାଇଥିଲା । କିନ୍ତୁ ମୂର୍ତ୍ତି ଉଚ୍ଚତା ଉପରେ ଲାଗୁ କରାଯାଇଥିବା କଟକଣା ଉପରେ ହାଇକୋର୍ଟରେ ମାମଲା ହୋଇଥିଲା । ଏହି ମାମଲାକୁ ନେଇ ଆଜି ଏକ ଗୁରୁତ୍ୱପୂଣ୍ଣ ଶୁଣାଣି କରାଯାଇଛି । ମୂର୍ତ୍ତି ଉଚ୍ଚତାକୁ ନେଇ କୌଣସି କଟକଣା ନାହିଁ ବୋଲି କହିଛନ୍ତି ହାଇକୋର୍ଟ । ଅଧିକ ଉଚ୍ଚ ମୂର୍ତ୍ତି କରିଥିବା ୯ ପୂଜା କମିଟିକୁ ଅନୁମତି ମିଳିଛି ।ଏହାସହ କୋଭିଡ଼ ଗାଇଡ଼ଲାଇନ ମାନି ପୂଜା କମିଟି ପୂଜା କରିବେ ବୋଲି ହାଇକୋର୍ଟ କହିଛନ୍ତି । ଆଡ଼ଭୋକେଟ ଜେନେରାଲଙ୍କ ରିପୋର୍ଟ ଆଧାରରେ ହାଇକୋର୍ଟ ଏହି ଅନୁମତି ଦେଇଛନ୍ତି । କିନ୍ତୁ କିପରି ବିସର୍ଜନ ହେବ ତାହା ପ୍ରଶାସନ ନେବ ।