ଓସେପାର ମେଧା ତାଲିକାକୁ କାଏମ ରଖିଲେ ହାଇକୋର୍ଟ

ଭୁବନେଶ୍ୱର,୧୮/୦୬: ରାଜ୍ୟର କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ନେଇ ଲାଗି ରହିଥିବା ବିବାଦରେ ପଡିଛି ପୂର୍ଣ୍ଣଛେଦ। ଦୀର୍ଘ ଦିନ ଧରି ହାଇକୋର୍ଟରେ ଚାଲିଥିବା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ଓସେପାର ମେଧା ତାଲିକାକୁ କାଏମ ରଖି ଶିକ୍ଷକ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ହେବ କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ବିବାଦ ଲାଗି ରହିବା ପରେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ପୂର୍ବରୁ ଜଣିକିଆ ଖଣ୍ଡପୀଠ ଦେଇଥିବା ରାୟକୁ ସଂଶୋଧନ କରି ଓସେପାର ମେଧା ତାଲିକାକୁ ବୈଧ ବୋଲି ଦର୍ଶାଇଛନ୍ତି ଡିଭିଜନ ବେଂଚ । ଏଥିସହ ମେଧା ତାଲିକାକୁ ଆଧାର କରି କନିଷ୍ଠ ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।