ବଡ ଖବର , ଓସେପାର ମେରିଟ୍ ଲିଷ୍ଟ ରଦ୍ଦ କଲେ ହାଇକୋର୍ଟ

ଭୁବନେଶ୍ୱର,୧୨/୦୩: କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ। ଓସେପା ପକ୍ଷରୁ ପ୍ରକାଶ ପାଇଥିବା ମେଧା ତାଲିକାକୁ ଖାରଜ କରି ଜିଲ୍ଲା ବାରି ତାଲିକା ପ୍ରସ୍ତୁତ କରି ସାନି ମେରିଟ୍ ଲିଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।ପୂର୍ବରୁ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇ ମାମଲା ଦାଏର ହୋଇଥିଲା । ଏହି ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ ହାଇକୋର୍ଟ ।