ଏଏସଓ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଲେ ହାଇକୋର୍ଟ

ଭୁବନେଶ୍ୱର,୯/୮: ଏଏସଓ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଲେ ହାଇକୋର୍ଟ । ପୂର୍ବରୁ ଦେଇଥିବା ରାୟର ପୁର୍ନବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଏସଓ ପରୀକ୍ଷାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ପରୀକ୍ଷା ବାତିଲ କରବାକୁ କୋର୍ଟରେ ଆବେଦନ କରିଥିଲେ ଆଶାୟୀ । କିନ୍ତୁ କୋର୍ଟ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇନଥିଲେ । ଏନେଇ ମେ ୧୯ ତାରିଖରେ ରାୟ ଶୁଣାଇଥିଲେ ହାଇକୋର୍ଟ । ଏହି ରାୟର ପୁର୍ନବିଚାର କରିବାକୁ କିଛି ପରୀକ୍ଷାର୍ଥୀ ଆବେଦନ କରିଥିଲେ । ମାମଲାର ଗ୍ରହଣ କରିବା ସହ ଶୁଣାଣି ପାଇଁ ଦୁଇ ଜଣିଆ ଖଣ୍ଡପୀଠ ଗଠନ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ଏହି ଆବେଦନ ଉପରେ ଶୁଣାଣି ହେବ । ଉଲ୍ଲେଖେଯୋଗ୍ୟ ଯେ  ଓଡ଼ିଶା ଲୋକସେବା ଆୟୋଗ ତରଫରୁ ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ନିଯୁକ୍ତି ପରୀକ୍ଷାରେ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଥିଲେ।