ନୀତିଶ କୁମାରଙ୍କୁ ହାଇକୋର୍ଟଙ୍କ ଝଟକା, ଜାତିଭିତିକ ସର୍ଭେ ବନ୍ଦ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୪/୫: ନୀତିଶ କୁମାରଙ୍କୁ ହାଇକୋର୍ଟଙ୍କ ଝଟକା ।  ପ୍ରଥମ ରାଜ୍ୟ ଭାବେ ବିହାରେ ଜାତିଭିତିକ ଗଣନା କରିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର  । ଯାହା ଉପରେ ରୋକ ଲଗାଇଛନ୍ତି ପାଟଣା ହାଇକୋର୍ଟ । ମାମଲାର ଶୁଣାଣି ନ ହେବା ପର୍ଯ୍ୟନ୍ତ ଏହି ସର୍ଭେର ତଥ୍ୟ ଯେପିରି ପ୍ରଘଟ ନହୁଏ ତାହା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମାମଲାର ପରବର୍ତୀ ଶୁଣାଣି ଜୁଲାଇ ୭ ତାରିଖକୁ ଧାର୍ଯ୍ୟ କରାଯାଇଛି। ନୀତିଶ ସରକାରଙ୍କ ଏଭଳି ନିଷ୍ପତିକୁ ହାଇକୋର୍ଟ ସମାଲୋଚନା କରିବା ସହ ଜନଗଣନା ଏବଂ ସର୍ଭେ କରିବାର କେବଳ କେନ୍ଦ୍ର ସରକାରଙ୍କର ଅଛି ବୋଲି କହିଛନ୍ତି କୋର୍ଟ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ନିତିଶ ସରକାର ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି ସୂଚନା ରହିିିଛି ।