ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନିଷ୍ପତିକୁ କାଏମ ରଖିଲେ ହାଇକୋର୍ଟ

ଭୁବନେଶ୍ୱର, ୭/୬: ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନିଷ୍ପତିକୁ କାଏମ ରଖିଛନ୍ତି ହାଇକୋର୍ଟ । ୨୦୧୯ ଅଗଷ୍ଟ ୭ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ୬ଟି ରିଟ୍ ପିଟିସନକୁ କୋର୍ଟ ଖାରଜ କରି ଦେଇଛନ୍ତି । ୨୦୧୯ ଜୁଲାଇରେ ଓଏଟି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ କେନ୍ଦ୍ର ସରକାର । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲା କଟକ ଓଏଟି ବାର ଆସୋସିଏସନ । ଯାହାକୁ ଆଜି ଖାରଜ କରିଛନ୍ତି ହାଇକୋର୍ଟ।