ଗାଡ଼ି ଚାଳକ ସାବଧାନ, ହାଇ ନମ୍ବର ପ୍ଲେଟ ନଥିଲେ ୧୫ରୁ କାଟିବ ଚାଲାଣ

ଭୁବନେଶ୍ୱର,୧୧/୧: ଗଡ଼ ଚାଳକ ହୋଇଯାଅନ୍ତୁ ସାବଧାନ । ଏଣିକି ଗାଡିରେ ହାଇସିକ୍ୟୁରିଟି ନମ୍ବର ନଥିଲେ ଚାଲାଣ କଟିବ । ଆସନ୍ତା ୧୫ ତାରିଖରୁ ଦେବାକୁ ପଡିବ ଫାଇନ । ଏନେଇ ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ, ଏନଫୋର୍ସମେଣ୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁ ଗାଡିଗୁଡିକର ଶେଷ ନମ୍ବର ୧ରୁ ୬ରେ ଶେଷ ହୋଇଥିବ, ସେଗୁଡିର ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗି ନଥିଲେ ଚାଲାଣ କଟିବ । ଏଥିପାଇଁ ୫ ହଜାରରୁ ୧୦ ହଜାର ଯାଏଁ ଚାଲାଣ କଟିବ । ଏହି ସବୁ ନମ୍ବର ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ଧାର୍ଯ୍ୟ ସମୟ ଶେଷ ହୋଇଛି । ୨୦୨୨ ଡିସେମ୍ବର ୩୧ ସୁଦ୍ଧ ଏହି ଗାଡିଗୁଡିକ ପାଇଁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଥିଲା । ସେହିଭଳି ୭ ଓ ୮ ସହିତ ଶେଷ ହେଉଥିବା ଗାଡିଗୁଡିକ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ଶେଷ ତାରିଖ ହେଉଛି ଚଳିତ ମାସ ୩୧ ତାରିଖ । ସେହିଭଳି ୯ ଓ ୦ ସହିତ ଶେଷ ହେଉଥିବା ଗାଡିଗୁଡିକ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ଶେଷ ତାରିଖ ହେଉଛି ଫେବ୍ରୁଆରି ୨୮ । ଏହା ପରେ ଗାଡିଗୁଡିକର ଯାଞ୍ଚ କରାଯାଇ ଜରିମାନା କଟାଯିବ ।