ମାସେ ବଢ଼ିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମହଲତ

ଭୁବନେଶ୍ୱର,୩୦/୯:ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମହଲତ ମାସେ ବଢିଛି। ଆଜି ସରୁଥିବା ଡେଡ୍ ଲାଇନ୍ ଅକ୍ଟୋବର ୩୧ ଯାଏଁ ବଢ଼ିଲା । ଅବଧି ବୃଦ୍ଧି ନେଇ ରାଜ୍ୟ STA ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୧, ୨, ୩, ୪ରେ ସରୁଥିବା ନମ୍ବର ପାଇଁ ଶେଷ ତାରିଖ ଅକ୍ଟୋବର ୩୧ ହୋଇଥିବା ବେଳେ ଶେଷ ଅଙ୍କ ୫ ଓ ୬ ପାଇଁ ଡେଡଲାଇନ୍ ନଭେମ୍ବର ୩୦ ରହିଛି । ସେହିପରି ୭ ଓ ୮ରେ ଶେଷ ହେଉଥିବା ନମ୍ବର ପାଇଁ ଶେଷ ଦିନ ଡିସେମ୍ବର ୩୧ ରହିଛି। । ୯ ଓ ୦ ଶେଷ ଅଙ୍କ ଥିବା ନମ୍ବର ପାଇଁ ଜାନୁଆରୀ ୩୧ ଡେଡଲାଇନ୍ ରହିଛି ।