ପରିବହନ ବିଭାଗ ଠାରୁ ଜବାବ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର,୨୮/୯: ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାରେ
ପରିବହନ ବିଭାଗ ଠାରୁ ଜବାବ ମାଗିଲେ ହାଇକୋର୍ଟ।
ସମୟସୀମା ବୃଦ୍ଧି କରିହେବ କି ନାହିଁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଭିତ୍ତିଭୂମି ନଥାଇ ଡେଡଲାଇନ କିଭଳି ବୋଲି ପଚାରିଲେ ହାଇକୋର୍ଟ। ସୂଚନାଯୋଗ୍ୟ ଯେ ନମ୍ବର ପ୍ଲେଟ ମାମଲା ନେଇ ହାଇକୋର୍ଟ ଯାଇଥିଲେ ୨ ବସ୍ ମାଲିକ। ସରକାର ଭିତ୍ତିଭୂମି ନକରି ଡେଡଲାଇନ୍ ଦେଇଥିବା ଜଣାଇଥିଲେ। ଏହି ମାମଲାର ଶୁଣାଣି କରି ପରିବହନ ବିଭାଗକୁ ଜବାବ ମାଗିଲେ କୋର୍ଟ।