ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ନୂଆ ନିୟମ

ଭୁବନେଶ୍ୱର,୨୬/୯: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ନୂଆ ନିୟମ ଆସିିିଛି। ଏଣିକି ଧାର୍ଯ୍ୟ ସମୟ ଭିତରେ ଯଦି ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗେଇ ନଥିବେ ତେବେ ଏଥିପାଇଁ ଫାଇନ ଗଣିବାକୁ ପଡିବ । କିନ୍ତୁ ଏଥିପାଇଁ ଧାର୍ଯ୍ୟ ସମୟ ଭିତରେ ଗାଡି ମାଲିକଙ୍କୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ବୁକିଂ କରିବାକୁ ପଡିବ । ଯେହେତୁ ଡେଡଲାଇନ ସରିଆସୁଛି ତେଣୁ ହଜାର ହଜାର ସଂଖ୍ୟାରେ ଲୋକେ ଅନଲାଇନରେ ସ୍ଲଟ ବୁକିଂ କରୁଛନ୍ତି । ଯାହାଫଳରେ ଧାର୍ଯ୍ୟ ସମୟ ମଧ୍ୟରେ ଲୋକଙ୍କୁ ସ୍ଲଟ ମିଳିପାରୁନାହିଁ । ତେଣୁ ଲୋକେ ଚେକିଂକୁ ନେଇ ଆଶଙ୍କାରେ ରହିଛନ୍ତି । ଯାହାକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।

ଯଦି ଗାଡିର ନମ୍ବର ଶେଷକୁ ୧,୨,୩,୪ ରହିଥାଏ ତେବେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ୩୦ ସେପ୍ଟେମ୍ବର ଡେଡଲାଇନ ରହିଛି । ଅର୍ଥାତ ଏହି ସମୟ ମଧ୍ୟରେ ବୁକିଂ କରିଥିଲେ ଦେବାକୁ ପଡିବନି ଜରିମାନା । ସେହିଭଳି ଗାଡିର ନମ୍ବର ୫ କିମ୍ବା ୬ ରହିଥିଲେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଡେଡଲାଇନ ରହିଛି । ଗାଡିର ନମ୍ବର ୭ କିମ୍ବା ୮ ରହିଥିଲେ ୩୦ ନଭେମ୍ବର ଡେଡଲାଇନ, ଗାଡିର ଶେଷ ନମ୍ବର ୯ କିମ୍ବା ୦ ରହିଥିଲେ ଏହାର ଡେଡଲାଇନ ୩୧ ଡିସେମ୍ବର ରହିଛି ।