ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ୍‌ ୟୁନିଫର୍ମ

ଭୁବନେଶ୍ୱର,୨/୧୦: ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ୍‌ ୟୁନିଫର୍ମ । ଛାତ୍ରଙ୍କର ପ୍ୟାଣ୍ଟକୁ ମେରୁନ୍‌ ରଙ୍ଗ  ଓ ସାର୍ଟକୁ ବାଦାମୀ ରଙ୍ଗର କରାଯାଇଛି । ସେହିପରି ଛାତ୍ରୀମାନେ ବାଦାମୀ ରଙ୍ଗର ଚେକ୍‌ ଶାଲ୍‌ୱାର୍‌ ସାଙ୍ଗକୁ ମେରୁନ୍‌ ରଙ୍ଗର ଜ୍ୟାକେଟ୍‌ ଓ ସୁଟ୍‌ ପିନ୍ଧିବେ । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧୀନରେ ଏହାକୁ ବଣ୍ଟନ କରାଯିବ । ଯେଉଁ ସ୍କୁଲରେ ଚଳିତ ବର୍ଷ ୟୁନିଫର୍ମ ବଣ୍ଟନ ହୋଇପାରିନି, ସେଠାରେ ଏହି ନୂଆ ପୋଷାକ ବଣ୍ଟନ କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି ।

ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇ ମାସରେ ରାଜ୍ୟ ସରକାର ହାଇସ୍କୁଲ ପିଲାଙ୍କ ସ୍କୁଲ ପୋଷାକରେ ପରିବର୍ତ୍ତନ କରିଥିଲେ । ଛାତ୍ରମାନଙ୍କ ପାଇଁ ହଣ୍ଟର ଗ୍ରୀନ୍‌ ଓ ଧଳା ରଙ୍ଗର ଚେକ୍‌ ସାର୍ଟ ଓ ହୋଲି ଗ୍ରୀନ୍‌ ରଙ୍ଗର ଫୁଲ୍‌ ପ୍ୟାଣ୍ଟ ଏବଂ ଛାତ୍ରୀମାନେ ହଣ୍ଟର ଗ୍ରୀନ୍‌ ଓ ଧଳା ରଙ୍ଗର ଚେକ୍‌ ଶାଲ୍‌ୱାର୍‌ ସାଙ୍ଗକୁ ହଣ୍ଟର ଗ୍ରୀନ୍‌ ରଙ୍ଗର ଜ୍ୟାକେଟ୍‌ ଓ ସୁଟ୍‌ ପିନ୍ଧିବା ବ୍ୟବସ୍ଥା କରାଯାଇଥିଲା । ଗତବର୍ଷ ଅଗଷ୍ଟ ୧୫ ସୁଦ୍ଧା ସମସ୍ତ ସ୍କୁଲରେ ଏହାକୁ ଲାଗୁ କରାଯାଇଥିଲା । ଏଥିସହ ସପ୍ତାହକୁ ଗୋଟିଏ ଦିନ ଉଭୟ ଛାତ୍ରଛାତ୍ରୀ ଟି-ସାର୍ଟ ଓ ଟ୍ରାକ୍‌ ପ୍ୟାଣ୍ଟ ପିନ୍ଧି ସ୍କୁଲ୍‌ ଆସିବାକୁ ନିର୍ଦ୍ଦେଶ ଥିଲା । ଏଥିପାଇଁ ୪ଟି ରଙ୍ଗ ନୀଳ, ନାଲି, ହଳଦିଆ, ସବୁଜ ରଙ୍ଗର ଟି-ସାର୍ଟ ହୋଇଥିଲା ।

Leave a Reply

Your email address will not be published. Required fields are marked *