ଶପଥ ନେଲେ ହାଇକୋର୍ଟର ତିନି ନୂଆ ବିଚାରପତି

ଭୁବନେଶ୍ୱର, ୧୪/୨: ଆଜି ହାଇକୋର୍ଟର ତିନି ନୂଆ ବିଚାରପତି ଶପଥ ନେଇଛନ୍ତି। ଆଇନଜୀବୀ ଭି. ନରସିଂହ, ବିରଜା ପ୍ରସନ୍ନ ଶତପଥୀ  ଶପଥ ଗ୍ରହଣ କରିଛନ୍ତି। ସେହିପରି  ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି ମୁରାହରି ଶ୍ରୀରମଣ। ହାଇକୋର୍ଟର ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ତାଙ୍କୁ ଶପଥପାଠ କରାଇଛନ୍ତି। ଏହାସହ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି।