ଦିଲ୍ଲୀରେ ବିସ୍ଫୋରଣ ପରେ ହାଇଆଲର୍ଟ

ନୂଆଦିଲ୍ଲୀ, ୩୦/୧: ଦିଲ୍ଲୀ ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ପରେ ହାଇଆଲର୍ଟ କରାଯାଇଛି। ଏୟାରପୋର୍ଟ, ଗୁରୁତ୍ବପୂର୍ଣ୍ଣ ସରକାରୀ ପ୍ରତିଷ୍ଠାନରେ ଆଲର୍ଟ ଜାରି ହୋଇଛି। ଅନ୍ୟପଟେ ବିସ୍ଫୋରଣ ସ୍ଥଳରୁ ଦିଲ୍ଲୀ ପୋଲିସକୁ ଚିଠି ମିଳିଛି। ଦିଲ୍ଲୀ ବିସ୍ଫୋରଣ ପଛରେ ଇରାନ ଲିଙ୍କ୍‌ ଥିବା ସୂଚନା ମିଳିଛି।ଚିଠିରେ କୁର୍ଦ୍ଦିସ କମାଣ୍ଡର ଜେନେରାଲ ସୁଲେମାନୀଙ୍କ କଥା ଉଲ୍ଲେଖ ରହିଛି। ତେଣୁ ବିସ୍ଫୋରଣର କାରଣ ଖୋଜୁଛି ଜାତୀୟ ତଦନ୍ତକାରୀ ସଂସ୍ଥା ।