ଝାଡଖଣ୍ଡର ୧୩ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ

ନୂଆଦିଲ୍ଲୀ,୪/୦୭: ଆଜି ସନ୍ଧ୍ୟାରେ ଝାଡଖଣ୍ଡର ୧୩ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ସୋରେନ। ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକୃଷ୍ଣନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି କ୍ରମରେ ହେମନ୍ତ ସୋରେନ ତୃତୀୟଥର ପାଇଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବୁଧବାର ଦିନ ସୋରେନ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଗତକାଲି ରାଜ୍ୟପାଳଙ୍କୁ ଭେଟି ବହୁମତ ପ୍ରମାଣ ଦେଇଥିଲେ ।ହେମନ୍ତ ସୋରେନ ଚଳିତମାସ ୭ ତାରିଖରେ ଶପଥ ନେବେ । ହେଲେ କିଛି ସମୟ ପରେ ଏହି ନିଷ୍ପତ୍ତି ବଦଳିଥିଲା । ଏବେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।