ମନି ଲଣ୍ଡରିଙ୍ଗ୍‌ ମାମଲା: ନିଖୋଜ ହେମନ୍ତ ସୋରେନ, ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ,୩୦/୦୧: ମନି ଲଣ୍ଡରିଙ୍ଗ୍‌ ମାମଲାରେ ଜେରା କରିବା ଲାଗି ଇଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଖୋଜୁଛି। ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟାରୁ ଅଧିକ ସମୟ ହେବ ନିଖୋଜ ଥିବା କଥା ସରକାରୀ ଅଧିକାରୀମାନେ କହୁଛନ୍ତି । କିନ୍ତୁ ତାଙ୍କ ଦଳ ମୁଖ୍ୟମନ୍ତ୍ରୀ ନିରାପଦରେ ଅଛନ୍ତି ଏବଂ ସେମାନଙ୍କ ସହିତ ଯୋଗାଯୋଗ ରଖିଛନ୍ତି। ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମରାଣ୍ଡି ଏକ ପୋଷ୍ଟ ଏକ୍ସ (ଟୁଇଟର)ରେ ସେୟାର କରିଛନ୍ତି। ପୋଷ୍ଟ ସେୟାର କରି ବାବୁଲାଲ ମରାଣ୍ଡି ଲେଖିଛନ୍ତି, ‘ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ କେନ୍ଦ୍ରୀୟ ଏଜେନ୍ସି ଭୟରେ ନିଖୋଜ ହୋଇଯାଇଛନ୍ତି। ଗତ ୪୦ଘଣ୍ଟା ହେବ ତାଙ୍କର କୌଣସି ସୂଚନା ମିଳି ପାରୁ ନାହିଁ। ଯିଏବି ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ଖୋଜି ଆଣିବେ ବା ତାଙ୍କର ସୂଚନା ତେବେ ଉକ୍ତ ଭଦ୍ର ବ୍ୟକ୍ତିଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ। ଏହି ପୁରସ୍କାର ରାଶିର ମୂଲ୍ୟ ୧୧ହଜାର ଟଙ୍କା ରଖାଯାଇଛି। ନି‌ଖୋଜ ଥିବା ବ୍ୟକ୍ତି ଜଣକଙ୍କ ନାମ ହେମନ୍ତ ସୋରେନ, ରଙ୍ଗ ଶ୍ୟାମଳ, ଉଚ୍ଚତା ୫ ଫୁଟ ୨ ଇଞ୍ଚ ରହିଛି।