କଟକ ସଦର ଓ ପିପିଲିରେ ଡ୍ରିମଗାର୍ଲ ହେମାମାଳିନୀଙ୍କ ରୋଡ଼ ଶୋ, ବିଜେପି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ

ଭୁବନେଶ୍ୱର,୧୭/୦୫: ବିଜେପି ଫୋକସରେ ଓଡିଶା। ରାଜ୍ୟକୁ ହେଭିୱେଟଙ୍କ ଯାତାୟାତ ଜାରି ରହିଛି। ଏହାରିମଧ୍ୟରେ ଓଡ଼ିଶାରେ ବିଜେପି ପାଇଁ ପ୍ରଚାର କରିଛନ୍ତି ଡ୍ରିମ୍ ଗାର୍ଲ ହେମାମାଳିନୀ । ଭୁବନେଶ୍ୱର ସାଲିଆ ସାହିରେ ଜନସଭା, କଟକ ସଦର ବିଧାନସଭା ଅନ୍ତର୍ଗତ କିଶନନଗରରେ ରୋଡ ସୋ କରିଛନ୍ତି ହେମା । ସେହିପରି ପିପିଲିରେ ରୋଡ୍ ସୋ’ କରି ବିଜେପି ପାଇଁ ଭୋଟ୍ ଅପିଲ୍ କରିଛନ୍ତି ହେମାମାଳିନୀ ।

ଭୁବନେଶ୍ୱରରେ ବିଜେଡି ସରକାରଙ୍କୁ ସମାଲୋଚନା କରିବା ସହ ସେ କହିଛନ୍ତି, ରାଜ୍ୟରେ ଦୁର୍ନୀତି ଓ ବେରୋଜଗାର ବଢ଼ିଛି । ମୋଦୀଙ୍କ ଯୋଜନା ଏଠାରେ ପହଞ୍ଚି ପାରୁନାହିଁ । ଡବଲ ଇଞ୍ଜିନ ସରକାର ଆସିଲେ ବିକାଶ ହେବ ବୋଲି କହିଛନ୍ତି ଡ୍ରିମ୍ ଗାର୍ଲ ।

ଭୁବନେଶ୍ୱର ପରେ କଟକ ଓ ପିପିଲିରେ ନିର୍ବାଚନ ପ୍ରଚାର କରିଛନ୍ତି ଡ୍ରିମଗାର୍ଲ । କିଶନନଗରରେ ରୋଡ ସୋ କରିବା ସହ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅପିଲ୍ କରିଛନ୍ତି ।