ଏଣିକି ବାଇକ ଚାଳକଙ୍କ ସହ ପଛରେ ବସିଥିବା ସହଯାତ୍ରୀ ମଧ୍ୟ ପିନ୍ଧିବେ ହେଲମେଟ

ଭୁବନେଶ୍ୱର, ୫/୧୨: ଦୁର୍ଘଟଣା ରୋକିବା ନେଇ ଓ ଧନଜୀବନ ରକ୍ଷା କରିବା ପାଇଁ  ଦିନକୁ ଦିନ ନୂଆ ନିୟମ ଲାଗୁ କରଯାଉଛି। ଏହାରିମଧ୍ୟରେ ଆଜି ଆଉ ଏକ ନୂଆ ନିୟମ ଲାଗୁ କରାଯାଇଛି।ଏଣିକି ଗାଡ଼ି ଚାଳକଙ୍କ ସହ ପଛରେ ବସିଲେ ମଧ୍ୟ ହେଲମେଟ୍ ପିନ୍ଧିବେ । ଆରଟିଓ ପକ୍ଷରୁ ଏହି ନୂଆ ନିୟମ ଲାଗୁ କରାଯାଇଛି। ଯଦି କୌଣସି ବ୍ୟକ୍ତି ଏହି ନିୟମକୁ ନମାନନ୍ତି ତେବେ ତାଙ୍କର  ଲାଇସେନ୍ସ ରଦ୍ଦ ହେବ।