ଏଣିକି ଯେଉଁମାନେ ବାଇକ୍‌ କିଣିବେ ଦୁଇଟି ହେଲମେଟ କିଣିବା ବାଧ୍ୟତାମୂଳକ!

ଭୁବନେଶ୍ୱର,୧/୦୪: ହେଲମେଟ୍‌କୁ ନେଇ ଚେକିଂ ବି କଡ଼ାକଡ଼ି କରାଯାଉଛି । ଏହାରି ମଧ୍ୟରେ କେନ୍ଦ୍ର ସରକାର ନୂଆ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଏଣିକି ଯେଉଁମାନେ ବାଇକ୍‌ କିଣିବାକୁ ଯିବେ ସେମାନଙ୍କୁ କମ୍ପାନୀ ଦୁଇଟି ଆଇଏସଆଇ ସାର୍ଟିଫାଏଡ୍‌ ହେଲମେଟ୍‌ ବିକ୍ରି କରିବ । ଏବେ ଆକ୍ସିଡେଣ୍ଟର ମାମଲା ବଢିବାରେ ଲାଗିଛି । ଯାହାକୁ ନେଇ ସରକାର ବି ଚିନ୍ତାରେ ଅଛନ୍ତି । ତେଣୁ ଗାଡ଼ି କିଣିବା ବେଳେ ହେଲମେଟ୍‌ କିଣିବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର । କମ୍ପାନୀଙ୍କୁ ମୋଟର ସାଇକେଲ ସହିତ ଯାତ୍ରୀମାନଙ୍କୁ ଦୁଇଟି ହେଲ୍‌ମେଟ ଦେବାକୁ ଟୁ-ହ୍ୱିଲର ମ୍ୟାନୁଫେକ୍ଚର୍ସ ଆସୋସିଏସନ ଅଫ୍ ଇଣ୍ଡିଆ (ଟିଏଚଏମଏ) ବହୁ ଦିନରୁ ଦାବି କରି ଆସୁଥିଲା । ତେଣୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କମ୍ପାନୀ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *