ମଝି ଆକାଶରେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ୬ ମୃତ

ନୂଆଦିଲ୍ଲୀ,୧୧/୦୪: ମଝି ଆକାଶରେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି । ଦୁର୍ଘଟଣା ପରେ ନଦୀ ମଝିକୁ ଖସିପଡ଼ିଲା ହେଲିକପ୍ଟର । ମୃତକଙ୍କୁ ଉଦ୍ଧାର କରିବା ପାଇଁ ନଦୀ ଭିତରେ ଚାଲିଛି ଉଦ୍ଧାର କାର୍ଯ୍ୟ । ସୂଚନା ଅନୁଯାୟୀ ,ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ଲୋକଙ୍କର ମୃତ୍ୟୁ ହୋଇଛି । ହେଲିକପ୍ଟରରେ ପାଇଲଟଙ୍କ ସହ ସ୍ପେନର ଏକ ପରିବାର ଥିଲେ ବୋଲି ସୂଚନା ରହିଛି । ଆହତ ଅବସ୍ଥାରେ ଦୁଇ ଯାତ୍ରୀଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଛଅ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଏଥିସହ ସୋସିଆଲ ମିଡିଆରେ ବିମାନ ଭାଙ୍ଗିବା ଏବଂ ହେଲିକପ୍ଟରଟି ଜଳପଥରେ ଖସିପଡ଼ିବାର ଦୃଶ୍ୟ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *