ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର

ନୂଆଦିଲ୍ଲୀ,୨୪/୦୮: ପୁଣେ ଜିଲ୍ଲାର ପୌଡ଼ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ୪ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ୩ ଜଣ ସୁରକ୍ଷିତ ଅଛନ୍ତି। କୁହାଯାଉଛି ଯେ ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ।

ପୁଣେରେ ଆଜି ପ୍ରବଳ ବର୍ଷା ସହ ପବନ ମଧ୍ୟ  ହେଉଛି । ପ୍ରବଳ ପବନ ଯୋଗୁଁ କିମ୍ବା ଖରାପ ପାଗ କାରଣରୁ ଏହି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।