ନେପାଳରେ ହେଲିକପ୍ଟର ନିଖୋଜ ଘଟଣା, ୬ ମୃତ

ନୂଆଦିଲ୍ଲୀ,୧୧/୭:  ୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଆଜି ନିଖୋଜ ହୋଇଯାଇଥିଲା। ହେଲିକପ୍ଟରଟି ଆଜି ନେପାଳର ସୋଲୁଖୁନମ୍ବୁରୁ କାଠମାଣ୍ଡୁକୁ ଯାତ୍ରା କରୁଥିବା ସମୟରେ ନିଖୋଜ ହୋଇଯାଇଥିବା ବେଳେ ଏବେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।

ସୂଚନାଯୋଗ୍ୟ ଯେ ଆଜି ନେପାଳର ମାଉଣ୍ଟ ଏଭରେଷ୍ଟ ନିକଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ପାଞ୍ଚ ଜଣ ମେକ୍ସିକୋ ନାଗରିକଙ୍କ ସମେତ ୬ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଭୟଙ୍କର ଥିବାରୁ ହେଲିକପ୍ଟରରେ ଥିବା ୬ଜଣ ଯାତ୍ରୀଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଛି। ଏବେ ଉଦ୍ଧାରକାରୀମାନେ ମୃତକଙ୍କ ଖଣ୍ଡ ବିଖଣ୍ଡିତ ଶରୀରକୁ ଉଦ୍ଧାର କରୁଥିବା କୁହାଯାଉଛି।