ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ୬ଜଣ ମୃତ

ନୂଆଦିଲ୍ଲୀ,୧୮/୧୦: ଉତ୍ତରାଖଣ୍ଡର କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣା ହୋଇଛି।  ଏହି ଦୁର୍ଘଟଣା କେଦାରନାଥଠାରୁ ୨କିଲୋମିଟର ଦୂରରେ ଥିବା ଗରୁଡାଚଟିରେ ଘଟିଛି।  ଏକ ଘରୋଇ କମ୍ପାନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏହି ହେଲିକପ୍ଟରରେ ପାଇଲଟଙ୍କ ବ୍ୟତୀତ ୬ ଜଣ ଲୋକ ଥିଲେ। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ଗୁପ୍ତକାଶୀରୁ କେଦାରନାଥ ଅଭିମୁଖେ ଯାତ୍ରା ସମୟରେ ଏହି ଦୁର୍ଘଟଣା ଘଟିଛି।ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ କେଉଁ କାରଣରୁ ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।