ଆସନ୍ତାକାଲି ସକାଳ ସୁଦ୍ଧା ୧୯ ଜିଲ୍ଲା ସାବଧାନ!

ଭୁବନେଶ୍ୱର,୬/୮: ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ ହେବାରେ ଲାଗିଛି। ତଥାପି କିଛି କିଛି ସ୍ଥାନରେ ବର୍ଷା ହେଉଛି। ଏହାରିମଧ୍ୟରେ ଆସନ୍ତାକାଲି ସକାଳ ସୁଦ୍ଧା ୧୯ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି। ୪ ଜିଲ୍ଲାରେ ପ୍ରବଳ ବର୍ଷା ଓ ୧୫ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲା ଗୁଡ଼ିକ ହେଉଛି କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ମୟୂରଭଞ୍ଜ । ସେହିପରି ବର୍ଷା ଓ ବଜ୍ରପାତ ହେବାକୁ ଥିବା ଜିଲ୍ଲା ଗୁଡିକ ହେଉଛି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ କନ୍ଧମାଳ ।