ଦାନା ବାନ୍ଧୁଛି ଲଘୁଚାପ , ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା !

ଭୁବନେଶ୍ୱର, ୧୬ /୮: ରାଜ୍ୟରେ ମୌସୁମୀ ଦୁର୍ବଳ ହେବା କାରଣରୁ ବର୍ଷାର ପରିମାଣ କମିବାରେ ଲାଗିଛି । ଏହାରି ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ହେବାରେ ଲାଗିଛି । ତେଣୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ବର୍ତ୍ତମାନ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ଉପକୂଳ ଅଞ୍ଚଳରେ ସକ୍ରିୟ ରହିଥିବା ଜଣାପଡିଛି । ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲା ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଦୁଙ୍କ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କେନ୍ଦୁଝର ଓ ମୟୁରଭଞ୍ଜ । ଏହା ଛଡ଼ା ଉପକୂଳବର୍ତ୍ତୀ ଅଞ୍ଚଳ, କନ୍ଧମାଳ, ଢେଙ୍କାନାଳ, ନୁଆପଡ଼ା, ବଲାଙ୍ଗିର ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୬ , ୧୭ ଓ ୧୮ , ତିନି ଦିନ ଧରି ବର୍ଷା ହେବ ।