ଆସନ୍ତାକାଲି ସକାଳ ସୁଦ୍ଧା ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୮/୭: ରାଜ୍ୟରେ ଏବେ ପ୍ରାୟତ ସବୁ ଜାଗାରେ ବର୍ଷା ହେବାରେ ଲାଗିଛି। ଏହାରିମଧ୍ୟରେ ଆସନ୍ତାକାଲି ସକାଳ ସୁଦ୍ଧା ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ୧୨ ଜିଲ୍ଲା ଗୁଡିକ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ନୂଆପଡ଼ା, ବରଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗିର।