ଆସନ୍ତାକାଲି ସକାଳ ସୁଦ୍ଧା ୧୨ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସମ୍ଭାବନା!

ଭୁବନେଶ୍ୱର, ୬/୧୦: ରାଜ୍ୟରେ ଏବେ ବି କେତେକ ସ୍ଥାନରେ ବର୍ଷା ହେଉଛି। ଏହାରିମଧ୍ୟରେ ଆସନ୍ତାକାଲି ସକାଳ ସୁଦ୍ଧା ୧୨ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହି ୧୨ ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ, ବାଲେଶ୍ବର
ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କେନ୍ଦୁଝର।