୨୬ ତାରିଖରୁ ପୁଣି ବର୍ଷା, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୨୦/୯:  ଆସନ୍ତା ୨୫ରେ ପୂର୍ବ ବଙ୍ଗୋପସାଗରରେ ଆଉ ଏକ  ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା ୨୬ରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲିର ଘୂର୍ଣ୍ଣିବଳୟ  ବଙ୍ଗୋପସାଗରରେ ଏବେ ବି ସକ୍ରୀୟ ରହିଛି । ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ।ପ୍ରବଳ ବର୍ଷା ନେଇ ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେହି ୯ ଜିଲ୍ଲା ଗୁଡିକ ହେଉଛି ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, କଳାହାଣ୍ଡି,ବଲାଙ୍ଗିର, ନୂଆପଡା, ସୋନପୁର, ସମ୍ବଲପୁର ଓ ଦେଓଗଡ଼।