ଆସନ୍ତା ୨୫ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୨୧/୫: କରୋନା ଚିନ୍ତା ଥିବା ବେଳେ ଆସୁଛି ବାତ୍ୟା ୟାସ। ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର। ଏହାର ପ୍ରଭାବରେ ଆସନ୍ତା ୨୫ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ରହିଛି।  ଆଜି ଆଣ୍ଡାମାନ ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି। କାଲି ସୁଦ୍ଧା ଲଘୁଚାପରେ ଏହା ପରିଣତ ହେବ ଓ ୨୩ରେ ଅବପାତର ରୂପ ନେବ । ଅବପାତ ୨୪ରେ ବାତ୍ୟାରେ ରୂପାନ୍ତରିତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଏହା ପ୍ରଭାବରେ ୨୫ରୁ ଓଡ଼ିଶା ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହେବ ବୋଲି ଆକଳନ ହୋଇଛି।