ବାତ୍ୟା ପ୍ରଭାବରେ ଆସନ୍ତା ୧୦ ସନ୍ଧ୍ୟାରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮/୫: ବାତ୍ୟା ‘ଅସାନି’ ପ୍ରଭାବରେ ୧୦ତାରିଖ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବ। ୧୦ତାରିଖ ସନ୍ଧ୍ୟାରୁ ୧୨ ତାରିଖ ସକାଳ ଯାଏଁ ବର୍ଷା ଲାଗି ରହିବ । ବିଶେଷ କରି ୧୧ଟି ଉପକୂଳ ଜିଲ୍ଲାରେ ପ୍ରଭାବ ଲାଗି ରହିବ । କମ୍ ପବନ ସହ ବର୍ଷା ଅଧିକ ହେବ । ୪ଟି ବନ୍ଦର ପାରାଦୀପ, ଗୋପାଳପୁର, ଚାନ୍ଦବାଲୀ, ପୁରୀ ପାଇଁ  ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

ଅନ୍ୟପଟେ ସମୁଦ୍ର ଅଶାନ୍ତ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ ଜିଲ୍ଲାର କିଛି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବା ପରେ ପବନର ବେଗ ବଢ଼ିବ । ୮ତାରିଖ ସଂଧ୍ୟାରୁ ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବ, ଯାହାର ଝଟକା ୧୦୦ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହୋଇପାରେ ।୯ ତାରିଖ ବେଳକୁ ୧୦୫ରୁ ୧୧୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି ।