ଭିଜିବ କି ସାରା ଓଡିଶା, ଆସନ୍ତାକାଲି ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା, !

ଭୁବନେଶ୍ୱର, ୯/୧୦ : ଆସନ୍ତାକାଲି ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକି ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ । ଏହାର ପ୍ରଭାବ କ’ଣ ରହିବ, ସେନେଇ ଏପର୍ଯ୍ୟନ୍ତ କୌଣସି ଆକଳନ କରାଯାଇ ପାରିନାହିଁ । କିନ୍ତୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ । ଆଜି ମାଲକାନଗିରି, କେରାପୁଟ, ରାୟଗଡ଼ା ଓ ଗଜପତିର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପା‌ତ, ଘଡ଼ଘଡ଼ି ସହ ବର୍ଷା ହେବ । ଅନ୍ୟପଟେ ରାଜ୍ୟରେ ଏବେ ବି ମୌସୁମୀ ସକ୍ରିୟ ରହିଛି । ଅନ୍ୟପଟେ ମୌସୁମୀ ଦେଶର କିଛି ରାଜ୍ୟର ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କରିଛି । ଆସନ୍ତା ଦୁଇ ଦିନ ମଧ୍ୟରେ ଗୁଜରାଟ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରୁ ଏହା ପ୍ରତ୍ୟାବର୍ତ୍ତନ କରିବା ନେଇ ପାଗ ଅନୁକୂଳ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି ।