ପ୍ରବଳ ବର୍ଷା ନେଇ ରାଜ୍ୟର ୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୧୫/୬: ସାରା ରାଜ୍ୟରେ ଛୁଇଁ ସରିଛି ମୌସୁମୀ। ଏହି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିିିଛି । ଏହାସହ ପ୍ରବଳ ବର୍ଷା ନେଇ ଆଭ୍ୟନ୍ତରୀଣ ଓଡ଼ିଶାର ୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହି  ୮ ଜିଲ୍ଲା ଗୁଡିକ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର, ଅନୁଗୁଳ, ଦେବଗଡ଼। ଏଠାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।