ଆସନ୍ତାକାଲି ସକାଳ ସୁଦ୍ଧା ୧୭ ଜିଲ୍ଲା ସାବଧାନ!

ଭୁବନେଶ୍ୱର, ୧୮/୭: ରାଜ୍ୟରେ ଏବେ ଅସହାୟ ଗରମକୁ ବର୍ଷା ମଧ୍ୟ ହେଉଛି। ଏହାରିମଧ୍ୟରେ ଆସନ୍ତାକାଲି ସକାଳ ସୁଦ୍ଧା ୧୭ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ନେଇ ଆଶଙ୍କା ରହିଛି। ୧୭ଜିଲା ଗୁଡିକ ହେଉଛି ନୂଆପଡ଼ା, କଳାହାଣ୍ଡି, କେନ୍ଦୁଝର, କନ୍ଧମାଳ, ଦେବଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ବଲାଙ୍ଗିର, ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଝାରସୁଗୁଡ଼ା ଓ ମୟୂରଭଞ୍ଜ। ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବନୁମାନ କରିଛି ପାଣିପାଗ ବିଭାଗ।