ଆଜିଠୁ ବର୍ଷା, ୨୦ ପରେ ପାଗରେ ପରିବର୍ତ୍ତନ !

ଭୁବନେଶ୍ୱର, ୧୮/୯ : ରାଜ୍ୟରେ ଦୁଇରୁ ତିନି ଦିନ ତଳେ ଲଘୁଚାପ କାରଣରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଏହାରି ମଧ୍ୟରେ ଆଜିଠୁ ପୁଣି ରାଜ୍ୟରେ ଲଘୁଚାପ ବର୍ଷା ହେବା ନେଇ ଆଶଙ୍କା ରହିଛି । ଆଜି ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କେନ୍ଦ୍ରୀଭୂତ ହେବା ନେଇ ସୂଚନା ରହିଛି । ଏହା ଘନୀଭୂତ ହେବା ପରେ ଏହାର ପ୍ରଭାବରେ ସନ୍ଧ୍ୟା ପରଠୁ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ତେବେ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଆସନ୍ତା କାଲି ଓ ୨୦ତାରିଖରେ କେତେକ ସ୍ଥାନରେ ଲଗାଣ ବର୍ଷା ସହିତ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ମଧ୍ୟ ହେବାର ଆଶଙ୍କା ରହିଛି ।