ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ, ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର, ୨୭/୫: ରାଜ୍ୟରେ ଗତକାଲି ତାଣ୍ଡବ ରଚିଥିଲା ବାତ୍ୟା ୟାସ। ଏହାପରେ ପ୍ରବଳ ବର୍ଷା ଯୋଗୁଁ  ବୈତରଣୀ ନଦୀ ଫୁଲିବାରେ ଲାଗିଛି। ତେଣୁ ନନ୍ଦପୁର ଏବଂ ଆଖୁଆପଦାଠାରେ ବିପଦ ସଂକେତ ଉପରେ ରହିଛି। ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା।  ଅନ୍ୟପଟେ ଭଦ୍ରକ ଏବଂ ଯାଜପୁର ଜିଲ୍ଲାପାଳ ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ଯେଉଁଠି ଆବଶ୍ୟକ ପଡୁଛି ଲୋକଙ୍କୁ ସ୍ଥାନାନ୍ତର କରାଯାଉଥିବା କହିଛନ୍ତି ଏସଆରସି।