ରାଜ୍ୟରେ ଆସନ୍ତା ୨୦ ତାରିଖ ଯାଏଁ ତାତିରୁ ମିଳିବନି ନିସ୍ତାର

ଭୁବନେଶ୍ୱର,୧୭/୦୪: ରାଜ୍ୟରେ ଏବେ ଦିନ ସହ ରାତିରେ ଅସମ୍ଭାଳ ତାତି ଅନୁଭୂତ ହେଉଛି । ଉଷ୍ମ ଓ ଆର୍ଦ୍ର ପାଣିପାଗ ପାଇଁ ସ୍ଥିତି ସଙ୍ଗୀନ ହୋଇଛି । ଏପ୍ରିଲ ମାସରେ ସ୍ୱାଭାବିକ ଭାବେ ୧ରୁ ୩ ଦିନ ଗ୍ରୀଷ୍ମପ୍ରବାହ ହୋଇଥାଏ । କିନ୍ତୁ ମଙ୍ଗଳବାର ସୁଦ୍ଧା ୩ ଦିନ ଗ୍ରୀଷ୍ମପ୍ରବାହ ହୋଇସାରିଛି । ଆହୁରି ୫ଦିନ ଗ୍ରୀଷ୍ମପ୍ରବାହ ହେବ ବୋଲି ଆକଳନ କରାଯାଇଛି । ତେଣୁ ୭ରୁ ୮ ଦିନ ଗ୍ରୀଷ୍ମପ୍ରବାହ ହେବ ବୋଲି ପାଣିପାଗ ବିଭାଗ କହିଛିି । ଆସନ୍ତା ୨୦ ତାରିଖ ଯାଏଁ ତାତିରୁ ନିସ୍ତାର ମିଳିବନି । ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ତାପମାତ୍ରା ବଢିପାରେ । ୧୮, ୧୯ ତାରିଖରେ ଅଧିକ ଗ୍ରୀଷ୍ମପ୍ରବାହ ପାଇଁ ଚେତାବନୀ ଦିଆଯାଇଛି । ଭବାନୀପାଟଣା, ବଲାଙ୍ଗିର , ଟିଟଲାଗଡ, ନୟାଗଡ, ଝାରୁସୁଗୁଡା. ଅନୁଗୁଳ, ବୌଦ୍ଧ ଓ ମାଲକାନଗିରିରେ ପାରଦ ୪୫ ଡିଗ୍ରୀ ଛୁଇଁପାରେ । ଏଥିପାଇଁ ଗ୍ରୀଷ୍ମପ୍ରବାହ ପାଇଁ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ୨୧, ୨୨ ତାରିଖ ବେଳକୁ ପାଣିପାଗରେ ପରିବର୍ତ୍ତନ ଘଟିବା ସମ୍ଭାବନା ରହିଛି ।