ରାଜ୍ୟରେ ଅନୁଭୂତ ହେଲାଣି ଅସହ୍ୟ ତାତି, ୪୦ ଡିଗ୍ରୀ ଛୁଇଁଲାଣି ପାରଦ

ଭୁବନେଶ୍ୱର,୧୪/୦୩: ରାଜ୍ୟରେ ଅନୁଭୂତ ହେଲାଣି ଅସହ୍ୟ ତାତି । ବୁଧବାର ବୌଦ୍ଧ ଓ ବଲାଙ୍ଗୀରରେ ଚଳିତ ବର୍ଷ ପ୍ରଥମ ଥର ପାରଦ ୩୯ ଡିଗ୍ରୀ ପାର କରିଛି । ସେହିପରି ୧୪ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୩୯.୫ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣାରେ ୩୯.୪ ଡିଗ୍ରୀ, ଝାରସୁଗୁଡାରେ ୩୮.୬, ବଲାଙ୍ଗୀରରେ ୩୮.୯, ସୋନପୁରରେ ୩୮.୭, ଟଟିଲାଗଡ଼ରେ ୩୮.୫, ତାଳଚେରରେ ୩୮ ଡିଗ୍ରୀ ତାପମାତ୍ରା ରେର୍କଡ କରାଯାଇଛି । ଆଜି ମଧ୍ୟ ରାଜ୍ୟରେ ସମାନ ସ୍ଥିତି ଲାଗି ରହିବ।  ତାପମାତ୍ରା ୪୦ ଡିଗ୍ରୀକୁ ଟପିଟିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଉପକୂଳ ଏବଂ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ୧୫ରୁ ବର୍ଷା ହେବାର ସମ୍ଭାବନା ରହିଛି ।