ଆହୁରି ୨ ଦିନ ରାଜ୍ୟରେ ତାଣ୍ଡବ ରଚିବ ଖରା ଗରମ

ଭୁବନେଶ୍ୱର,୧୮/୦୬: ରାଜ୍ୟରେ ଆହୁରି ୨ ଦିନ ତାତିରୁ ନିସ୍ତାର ନାହିଁ। ଆଗାମୀ ୨ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା ରହିଛି। ଆଗାମୀ ୨ ଦିନ ଉପକୂଳ ଏବଂ ୩ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଯୋଗ୍ୟ ଯେ ଆଜି ସକାଳ ୫.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦.୬ ଡିଗ୍ରି, ସାଢେ ୮ଟା ବେଳେ  ୩୩.୨ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ାରେ ୩୭.୪, ସମ୍ବଲପୁରରେ ୩୬.୪ ଡିଗ୍ରି, ହୀରାକୁଦରେ ୩୫.୬ ଡିଗ୍ରି, ଚାନ୍ଦବାଲିରେ ୩୩.୮ ଡିଗ୍ରି, ପୁରୀରେ ୩୨.୬ ଡିଗ୍ରି , ବାଲେଶ୍ୱରରେ ୩୨.୨ ଡିଗ୍ରି, ଗୋପାଳପୁରରେ ୩୨ ଡିଗ୍ରି, କେନ୍ଦୁଝରରେ ୩୨ ଡିଗ୍ରି ଓ ପାରାଦୀପଠାରେ ୩୧.୮ଡିଗ୍ରି ରେକର୍ଡ କରାଯାଇଛି।