କମିଲା କାଳବୈଶାଖୀ ବର୍ଷା, ଆସନ୍ତା ୩ ଦିନ ରାଜ୍ୟରେ ଅସମ୍ଭାଳ ଗରମ ସମ୍ଭାବନା

ଭୁବନେଶ୍ୱର,୨୭/୦୩: କାଳବୈଶାଖୀ ବର୍ଷା ପରେ ରାଜ୍ୟରେ ପୁଣି ଧୀରେ ଧୀରେ ବଢୁଛି ତାପମାତ୍ରା । ବଢୁଛି ତାତି, ଉପରମୁହାଁ ହେବାରେ ଲାଗିଛି ପାରଦ । ଆସନ୍ତା ୩ ଦିନ ରାଜ୍ୟରେ ଅସମ୍ଭାଳ ଗରମ ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିବା ସହ କିଛି ସ୍ଥାନରେ ୪୨ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି । ୨୯ ଓ ୩୦ ତାରିଖରେ ହିଟ୍‌ ୱେଭ ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ସୋନପୁର, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଗତ ୨୪ ଘଣ୍ଟାରେ ସାରା ଓଡ଼ିଶାରେ ପାଗ ଶୁଖିଲା ରହିବା ସହ ବୌଦ୍ଧରେ ସର୍ବାଧିକ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱର ୩୫.୬ ଓ କଟକରେ ୩୪.୫ ତାପମାତ୍ରା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *