ରାଜ୍ୟର ୪ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୧୩/୪: ରାଜ୍ୟରେ ଏବେ ସକାଳୁ ସକାଳୁ ଟାଣ ଖରା ହେଉଛି। ପ୍ରବଳ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛି ସାରା ଓଡ଼ିଶା । ଆହୁରି ତିନି ଦିନ ଏମିତି ଛଟପଟ କରିବ ପ୍ରଚଣ୍ଡ ତାତି । ଆଜି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ଜଳିବ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ବି କିଛି ଜିଲ୍ଲାରେ ପାରଦ ୪୩ ଡିଗ୍ରୀ ଛୁଇଁବା ଆଶଙ୍କା ରହିଛି । ସେହିପରି ଆସନ୍ତାକାଲି ଜଳିବ ଓଡ଼ିଶା । ଆକାଶରୁ ନିଆଁ ବର୍ଷା ହେବା ଭଳି ତାତି ଅନୁଭୂତ ହେବ । ଝାରସୁଗୁଡ଼ା ତାତି ୪୪ ଡିଗ୍ରୀ ଛୁଇଁପାରେ । ଗତକାଲି ଝାରସୁଗୁଡ଼ାରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଥିଲା ।